କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମନ୍ଥର ଅର୍ଥନୀତି ନେଇ ମୋଦି ସରକାରଙ୍କୁ ଆକ୍ରମଣ କରିଛନ୍ତି । ଭାରତୀୟ ଅର୍ଥନୀତି ବର୍ତ୍ତମାନ ମନ୍ଥରତାରେ ଐତିହାସିକ ମାଇଲଖୁଣ୍ଟ ଛୁଇଁଛି । ବର୍ତ୍ତମାନର ସରକାର କେବଳ ନିଜକୁ ବିଜ୍ଞାପିତ କରାଇ ବାହାବା ହାସଲରେ ବ୍ୟସ୍ତ ରହିଛନ୍ତି । ବିଜେପି ନେତୃତ୍ବ 100 ମିଛ କହିଲେ ମଧ୍ୟ ଗୋଟିଏ ସତକୁ ଲୁଚାଇ ପାରିବେ ନାହିଁ । ସରକାର ଏହି ଅବସ୍ଥାକୁ ସ୍ବୀକାର କରିବା ଉଚିତ୍ ବୋଲି ପ୍ରିୟଙ୍କା କହିଛନ୍ତି । ମଙ୍ଗଳବାର ବିଜେପି ସରକାରଙ୍କ ଆକ୍ରମଣ କରି ପ୍ରିୟଙ୍କା ହିନ୍ଦିରେ ଏହି ଟ୍ବିଟ୍ କରିଥିଲେ । ସେହିପରି ବିଗତ 6 ବର୍ଷ ମଧ୍ୟରେ ଘରୋଇ ଅଭିବୃଦ୍ଧି ହାର (ଜିଡିପି) ସର୍ବନିମ୍ନ ସ୍ତରକୁ ଖସି ଆସିଥିବା ନେଇ ମଧ୍ୟ ପ୍ରିୟଙ୍କା ବିଜେପି ସରକାରଙ୍କୁ ସମାଲୋଚନା କରିଥିଲେ ।