ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ପୂର୍ବରୁ ସାଇନା ନେହ୍ବାଲଙ୍କ ବାୟୋପିକ୍ ଆମୋଲ୍ ପାଲେକର୍ ନିର୍ମାଣ କରୁଥିବା ବେଳେ ମଙ୍ଗଳବାର ସୋନୁ ସୁଦ୍ ପିଭି ସିନ୍ଧୁଙ୍କ ବାୟୋପିକ୍ ନିର୍ମାଣ ନେଇ ଘୋଷଣା କରିଛନ୍ତି । ନିକଟରେ ସିନ୍ଧୁ ବିଶ୍ବ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସିନ୍ଧୁଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଉଛି । ଏହି ଭୂମିକା ନିମନ୍ତେ ଦୀପିକା ସଠିକ୍ ରହିବେ ବୋଲି ସିନ୍ଧୁ ପ୍ରକାଶ କରିଛନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ହେବା ସହିତ ବ୍ୟାଡମିଣ୍ଟନ ଖେଳ ସହିତ ସମ୍ପୃକ୍ତ ତେଣୁ ଦୀପିକା ଏହି ଚରିତ୍ର ପାଇଁ ଉପଯୁକ୍ତ ବୋଲି ସିନ୍ଧୁ କହିଛନ୍ତି । ଫିଲ୍ମଟିର ନିର୍ଦ୍ଦେଶନା ନିଜେ ସୋନୁ ପ୍ରଦାନ କରୁଥିବା ବେଳେ ସିନ୍ଧୁଙ୍କ କୋଚ୍ ପ୍ରକାଶ ପାଦୁକୋନ୍ଙ୍କ ଭୂମିକାରେ ନଜର ଆସିବେ ସୋନୁ ସୁଦ୍ ।