ପୂର୍ବତନ କର୍ଣ୍ଣାଟକ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟ ଡି କେ ଶିବକୁମାରଙ୍କୁ ଗିରଫ କରାଯିବା ପ୍ରତିବାଦରେ କର୍ଣ୍ଣାଟକ ବନ୍ଦ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜର ଜଣେ ସହକର୍ମୀଙ୍କୁ ଚାପୁଡା ମାରିଛନ୍ତି । ଗଣମାଧ୍ୟମ ସମ୍ମୁଖରେ ସହକର୍ମୀଙ୍କ ବିବାଦୀୟ ବୟାନ କାରଣରୁ ସିଦ୍ଧରମୈୟା ଉତ୍କ୍ଷିପ୍ତ ହୋଇ ସହକର୍ମୀଙ୍କୁ ଚାପୁଡା ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶିବକୁମାରଙ୍କୁ ଗିରଫ କରାଯାଇଛି । ଶୁକ୍ରବାର ଶିବକୁମାର କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏହା ଖାରଜ ହୋଇ ଯାଇଥିଲା । ଏହାପରେ ଶିବକୁମାରଙ୍କୁ ଆଜି ଗିରଫ କରାଯାଇଛି । ଶିବ କୁମାରଙ୍କ ଗିରଫ ପରେ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଉତ୍ତେଜନା ଏବଂ ପୋଡାଜଳା କାରଣରୁ ଶିକ୍ଷାନୁ ଷ୍ଠାନ ଗୁଡିକ ବନ୍ଦ ରଖାଯାଇଛି ।