ମାସୁଦ୍ ଆଝାର ଏବଂ ହାଫିଜ୍ ସଇଦ୍ଙ୍କୁ ବୁଧବାର ଦିନ ବିଶ୍ବ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି । ଜୈସ ଏ ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର ଏବଂ ଲସ୍କର ଏ ତୋଏବାର ପ୍ରତିଷ୍ଠାତା ହାଫିଜ୍ ମହମ୍ମଦ ସଇଦ୍ଙ୍କୁ ନୂତନ ଆତଙ୍କବିରୋଧୀ ନିୟମ ଅନୁସାରେ ସରକାର ଆତଙ୍କବାଦୀ ଘୋଷଣା କରାଯାଇଛି । ଅନୈତିକ କାର୍ଯ୍ୟ ରୋକିବା ପାଇଁ ଗତମାସରେ ନୂତନ ନିୟମ ଧାରା 1967 ଅନୁଯାୟୀ ସଂସଦରେ ପାଶ୍ କରାଯାଇଥିଲା । ଏହି ଆଇନ୍ ଅନୁଯାୟୀ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାକି ଉର୍ ରେହମାନ୍ ଲକ୍ଭୀ ଏବଂ ଅଣ୍ଡରଓ୍ବାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍କୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । ନୂତନ ନିୟମ ଅନୁଯାୟୀ ଥରେ ଆତଙ୍କବାଦୀ ଘୋଷଣା କରାଯିବା ପରେ ଏହି ବ୍ୟକ୍ତି ମାନଙ୍କ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲାଗୁ କରାଯିବ ।