ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ପାଣିପାଗ ବିଭାଗ ସହର ତଥା ସହରର ଅନ୍ୟାନ୍ୟ ଅଞ୍ଚଳକୁ ବୁଧବାର ଦିନ ’ରେଡ୍ ଆଲର୍ଟ’ ଜାରି କରିବା ସହିତ ଅଧିକାରୀଙ୍କୁ ଏପରି ସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ ତରଫରୁ ୨୪ ଘଣ୍ଟା ଭିତରେ ପାଖାପାଖି ୨୦୦ ମି.ମି. ବର୍ଷାର ହୋଇଥିବାର ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ଜଣେ ଅଧିକାରୀଙ୍କ ମତରେ ମୁମ୍ବାଇର ପ୍ରାୟ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଛି । ମୁମ୍ବାଇ ସହିତ ଥାଣେ ଓ ପାଲଘର ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ପାଇଁ ’ରେଡ ଆଲର୍ଟ’ ଜାରି କରାଯାଇଛି । ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ମୁମ୍ବାଇ ତଥା ଏହାର ଉପାନ୍ତ ଅଞ୍ଚଳରେ ମୂଷଳଧାରାରେ ବର୍ଷା ହେବାର ସମ୍ଭାବନା ରହିଛି । ପାଲଗର ଓ ଥାନେ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୦୪ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି ।