ବୁଧବାର ସିଙ୍ଗାପୁର ସ୍ଥିତ ମ୍ୟାଡାମ ତୁଷାଦରେ ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଶ୍ରୀଦେବୀଙ୍କ ବଲିଉଡ୍ ସୁପରହିଟ୍ ଫିଲ୍ମ ମିଷ୍ଟର ଇଣ୍ଡିଆର ଗୀତ ହଓ୍ବା ହଓ୍ବାଇର ଲୁକ୍ ଅନୁଯାୟୀ ଏହି ମହମ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏବଂ ଝିଅ ଜାହ୍ନବୀ କପୁର ଉପସ୍ଥିତ ଥିଲେ । ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ମ୍ୟାଡାମ୍ ତୁଷାଦ୍ ସିଙ୍ଗାପୁର ପକ୍ଷରୁ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଘୋଷଣା କରାଯାଇଥିଲା । ଏହାପରେ ବୋନି କପୁର ଶ୍ରୀଦେବୀଙ୍କୁ ନେଇ ଏକ ଟ୍ବିଟ୍ କରିଥିଲେ । ଶ୍ରୀଦେବୀ କେବଳ ଆମ ହୃଦୟରେ ନୁହନ୍ତି ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି ବୋଲି ବୋନି କପୁର ଟ୍ବିଟ୍ କରିଛନ୍ତି । ସେପ୍ଟେମ୍ବର 24, 2018ରେ ବାଥଟବ୍ରେ ବୁଡି ଶ୍ରୀଦେବୀ ପ୍ରାଣ ହରାଇଥିଲେ ।