ପଞ୍ଜାବରେ ଏକ ବଡ଼ଧରଣର ଅଘଟଣ ଘଟିଯାଇଛି । ପଞ୍ଜାବର ଗୁରୁଦାସପୁରର ବଟାଲାରେ ବୁଧବାର ଦିନ ମଧ୍ୟାହ୍ନରେ ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ପିଲାଙ୍କ ସହ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୧୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବାର ସୂଚନା ମିଳିଛି । ଆହାତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଣ କାରଖାନାରେ ୫୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲେ । ବିସ୍ଫୋରଣରେ କାରଖାନା ପାଖରେ ଥିବା ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।