ବନ୍ଧୁକ ଦେଖାଇ ଦ୍ବିନଦିପ୍ରହରରେ ବ୍ୟାଙ୍କ ଲୁଟିଛନ୍ତି ଦୁର୍ବୃତ୍ତ । ଝାରସୁଗୁଡା ବେଲପାହାଡ ଗୁମାଡେରା ସ୍ଥିତ ଆକ୍ସିସ୍ ବ୍ୟାଙ୍କରୁ ସଶସ୍ତ୍ର ଲୁଟ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ୪ଜଣ ଦୁର୍ବୃତ୍ତ ଆଜି ମୁଖା ପିନ୍ଧି ହଠାତ୍ ଆକ୍ସିସ୍ ବ୍ୟାଙ୍କ ଭିତରକୁ ପଶି ଆସିଥିଲେ । ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୧୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ତେବେ ଏଯାଏଁ ଲୁଟେରାମାନଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ବେଲପାହାଡ ପୋଲିସ ସହ ଏସପି ପହଁଚି ଛାନଭିନ୍ କରୁଛି ।