ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା କର୍ନାଟକର କଂଗ୍ରେସ ନେତା ତଥା ସଙ୍କଟମୋଚକ ଡିକେ ଶିବକୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହାପରେ କୋର୍ଟ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଇଡି ଶିବକୁମାରଙ୍କ ପାଇଁ ୧୪ ଦିନର ରିମାଣ୍ଡ ମାଗିଥିଲେ। ଡି.କେ ଶିବକୁମାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଶେଷ ମନୁ ସିଙ୍ଘଭୀ ବେଲ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରିଥିଲେ । ପ୍ରଥମେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିବା ବେଳେ ପରେ ତାଙ୍କୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ରିମାଣ୍ଡକୁ ପଠାଇ ଦେଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ଶିବକୁମାର ଙ୍କ ଗିରଫଦାରୀକୁ ନେଇ ସରକାରଙ୍କ ଉପରରେ ଅଭିଯୋଗ ଲଗାଇ କହିଛନ୍ତି ଯେ, ସେ ବିରୋଧୀ ନେତାଙ୍କୁ ଟାର୍ଗେଟ କରିବା ପାଇଁ ସରକାର ସାମ୍ବିଧାନିକ ସଂସ୍ଥା ଗୁଡିକୁ ବ୍ୟବହାର କରୁଛନ୍ତି । ସୂଚନାଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ବର୍ଷ ସେପ୍ଟେମ୍ୱର ମାସରେ ଡିକେ ଶିବକୁମାର ଏବଂ ତାଙ୍କ ତିନି ଜଣ ସହଯୋଗୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ କରିଥିଲା ।