ଓଡିଶା ପୋଲିସ୍ର ଏନ୍କାଉଣ୍ଟରରେ ଦୁଇ ଜଣ ଅପରାଧୀ ଆହତ ହୋଇଛନ୍ତି । ଖୋର୍ଦ୍ଧା ଟାଉନ ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଆପରାଧୀ ଜାମସେଦ ଆହତ ହୋଇଥିବା ବେଳେ ଭୁବନେଶ୍ୱରରେ ମଧ୍ୟ କଳିଙ୍ଗନଗରରେ କମିଶନରେଟ୍ ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ମାଝୀର ଗୋଡରେ ଗୁଳି ବାଜିଛି । ସୂଚନାନୁଯାୟୀ ଖୋର୍ଦ୍ଧା ଟାଉନ ପୋଲିସର ଚଢାଉ ସମୟରେ ଜାମସେଦ ପ୍ରଥମେ ପୋଲିସ ଉପରକୁ ବୋମା ମାଡ କରିଥିଲା । ଏଥିରେ ୪ଜଣ ପୋଲିସ କର୍ମୀ ଆହତ ହୋଇଥିଲା । ପରେ ପୋଲିସର ପାଲଟା ଆକ୍ରମଣରେ ତାର ଗୋଡରେ ଗୁଳି ବାଜିଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ଆଉ ଏକ ଘଟଣାକ୍ରମେ, କମିଶନରେଟ୍ ପୋଲିସ କଳିଙ୍ଗନଗର ଅଞ୍ଚଳରେ ଏନକାଉଣ୍ଟର କରିଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓରଫ ବେଲିଆ ଆହତ ହୋଇଛି । ସୁଶାନ୍ତର ବାମ ଗୋଡରେ ଗୁଳି ବାଜିଛି ।