ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଋଷ ଗସ୍ତରେ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟିଛନ୍ତି । ଋଷର ଭ୍ଲାଦିଭୋସ୍ତକ ସହରରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ସାକ୍ଷାତ କରିଛନ୍ତି । ଆବେଙ୍କ ବ୍ୟତୀତ ସେ ମଙ୍ଗୋଲିଆ ରାଷ୍ଟ୍ରପତି ଖାଲଟମାଗୀନ ବଟଲଗାଇନ ଓ ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କୁ ଭେଟିଛନ୍ତି । ମୋଦି ଏବଂ ଆବେ ପ୍ରତିରକ୍ଷା ସମେତ ଅର୍ଥବ୍ୟବସ୍ଥା ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ଟ୍ୱିଟ କରି କହିଛନ୍ତି ଯେ, ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଦୁଇଦେଶ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଜୋ ଆମ୍ବେଙ୍କ ମଧ୍ୟରେ ଭ୍ଲାଦିଭୋସ୍ତକରେ 5ଇଇଏଫ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ଅର୍ଥ ବ୍ୟବସ୍ଥା , ପ୍ରତିରକ୍ଷା, ଓ 5ଜି ସମ୍ପର୍କରେ ଆଲୋଚନା ହୋଇଥିଲା । ଏହାପରେ ମୋଦି ମାଲେସିଆ ପ୍ରଧାନମନ୍ତ୍ରୀ ଓ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ ।