ପୁରୀରେ ଉଚ୍ଛେଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଦୁଇଦିନିଆ ଗସ୍ତରେ ଆସିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍ କ୍ୟୁରୀ ପୁରୀ ସ୍ଥିତି ଅନୁଧ୍ୟାନ କରିବେ । ପୁର୍ବରୁ ୭ତାରିଖରେ ଆମିକସ୍ କ୍ୟୁରୀଙ୍କ ପୁରୀ ଆସିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏଥିରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ପୁରୀ ଆସିବେ ବୋଲି ଜଣାପଡ଼ିଛି । ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲଙ୍କ ପୁରୀ ଆସିବା କାର୍ଯ୍ୟସୂଚୀରେ ପରିବର୍ତ୍ତନ ନେଇ ଅତିରିକ୍ତ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି । ପୁରୀରେ ଉଚ୍ଛେଦ ପ୍ରସଙ୍ଗରେସ୍ଥିତି ଅନୁଧ୍ୟାନ ନେଇ ସୁପ୍ରିମକୋର୍ଟ ଆମିକସ୍ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୁରୀକୁ ବିଶ୍ୱ ଐତିହ୍ୟ ଓ ସୁରକ୍ଷା ଓ ସୈାନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ଉଚ୍ଛେଦ ପ୍ରକ୍ରିୟାକୁ ସାଧାରଣ ଲୋକେ ବିରୋଧ କରି ସୁପ୍ରିିମ କୋର୍ଟରେ ଯାଚିକା ଦାଖଲ କରିଥିଲେ । ସୁପ୍ରିମ କୋର୍ଟର୍ ଏହାକୁ ଖାରଜ କରିଦେଇଥିବା ସହ ଆମିକସ୍ କ୍ୟୁରୀଙ୍କୁ ସ୍ଥିତି ଅନୁଧ୍ୟାନ ପାଇଁ ପୁରୀ ଗ୍ରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।