ଗୃହବନ୍ଦୀ ଅବସ୍ଥାରେ ରହିଥିବା ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଭେଟିବା ପାଇଁ ତାଙ୍କ ଝିଅଙ୍କୁ ଅନୁମତି ମିଳିଛି । ଗୁରୁବାର ସୁପ୍ରିମ୍କୋର୍ଟ ମୁଫ୍ତିଙ୍କ ଝିଅ ଇଲ୍ତିଜା ଜାଭେଦଙ୍କୁ ମୁଫ୍ତିଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବୁଧବାର ଜାଭେଦ୍ ମା’ଙ୍କୁ ଭେଟିବାର ଅନୁରୋଧ ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଗୁରୁବାର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍ ଏ ବୋବଡେ ଏବଂ ଜଷ୍ଟିସ୍ ଏସ୍ ଏ ନଜୀରଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଜାଭେଦ୍ଙ୍କୁ ଭେଟିବାର ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ଚେନ୍ନାଇରେ ଅବସ୍ଥାନ କରୁଥିବା ଜାଭେଦ୍ ବର୍ତ୍ତମାନ ଶ୍ରୀନଗର ଯାଇ ମୁଫ୍ତିଙ୍କୁ ଭେଟିବେ । ଜାଭେଦ୍ ମୁଫ୍ତିଙ୍କୁ ଭେଟିବା ପୂର୍ବରୁ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଭେଟି ଅନୁମତି ଆଣିବେ ବୋଲି ଖଣ୍ଡପୀଠ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ।