ଆଫଗାନିସ୍ତାନର ରାଜଧାନୀ କାବୁଲରେ ରହିଥିବା ଆମେରିକୀୟ ଦୂତାପବାସ ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ଘଟିଛି । ଏହି କାର ବୋମା ବିସ୍ଫୋରଣରେ ଅନ୍ୟୁନ ତିନି ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ 30ରୁ ଅଧିକ ଆହତ ହୋଇଛନ୍ତି । ଆମେରିକୀୟ ଦୂତାବାସ, ନାଟୋର କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିକଟରେ ଏହି ବିସ୍ଫୋରଣ ଘଟିଥିଲା । ଆମେରିକୀୟ ରାଷ୍ଟ୍ରଦୂତ ଆଫଗାନିସ୍ତାନ ଗସ୍ତରେ ରହିଥିବା ବେଳେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ବିସ୍ଫୋରଣ । ମୃତକ ଏବଂ ଆହତଙ୍କ ମଧ୍ୟରେ ଏକାଧିକ ସୁରକ୍ଷା କର୍ମୀ ରହିଥିବା ନେଇ ପୋଲିସ୍ ମୁଖପାତ୍ର ଫିରଦୌସ୍ ଫରମାଜ୍ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ 16 ଜଣଙ୍କ ପ୍ରାଣହାନି ଘଟିବା ସହିତ 100ରୁ ଅଧିକ ଆହତ ହୋଇଥିଲେ ।