ଦେଶରେ ନୂତନ ଭାବେ ଲାଗୁ କରାଯାଇଥିବା ଟ୍ରାଫିକ୍ ନିୟମ ଫଳରେ ମାତ୍ରାଧିକ ଜରିମାନା ପ୍ରଦାନ କରିବାକୁ ପଡୁଛି । ଏହା ଫଳରେ ସାଧାରଣ ଜନତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସୂଚନା ମୁତାବକ ଜରିମାନା ଭରିଥିବା ବ୍ୟକ୍ତି ଯଦି ନିଜର ଆବଶ୍ୟକୀୟ କାଗଜପତ୍ର ଦେଖାନ୍ତି ତେବେ ତାଙ୍କୁ ଅର୍ଥ ଫେରସ୍ତ କରାଯିବ । ମୂଳ ରାଶିରୁ ଅଳ୍ପ ଜରିମାନା ରଖାଯାଇ ଅବଶିଷ୍ଟ ଅର୍ଥ ଫେରସ୍ତ କରାଯିବ ବୋଲି ଜଣାପଡିଛି । ଆରଟିଓ ଅଫିସର ସଞ୍ଜୀବ ବେହେରା ଗୁରୁବାର ଏହି ସୂଚନା ପ୍ରଦାନ କରିଛନ୍ତି ।