ଚାଇନିଜ୍ ମୋବାଇଲ ନିର୍ମାଣକାରୀ କମ୍ପାନୀ ତଥା ବୈଷୟିକ କୌଶଳ ପ୍ରଦାନକାରୀ କମ୍ପାନୀ ହୁଆଓ୍ବେ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ହ୍ବାଇଟ ହାଉସ୍ରେ ବୁଧବାର ଟ୍ରମ୍ପ ନିଜ ମନ୍ତବ୍ୟରେ ଏହି ସୂଚନା ଦେଇଛନ୍ତି । ହୁଆଓ୍ବେ ଆମେରିକା ସେନାବାହିନୀ ଏବଂ ଗୁଇନ୍ଦା ବ୍ୟବସ୍ଥା ପ୍ରତ ବଡ ବିପଦ ତେଣୁ ହୁଆଓ୍ବେ ନିକଟରୁ ସତର୍କ ରହିବା ପାଇଁ ଆମେରିକୀୟ ସରକାର ଏହା ସହିତ ସମସ୍ତ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 5ଜି ମୋବାଇଲ୍ ବର୍ଗରେ ହୁଆଓ୍ବେର ଏକଚାଟିଆ ବ୍ୟବସାୟ ଚାଲିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଆମେରିକାର ଅଧିକାଂଶ ସହରରେ ହୁଆଓ୍ବେ ନିଜର 5ଜି ସେବା ପ୍ରଦାନ କରୁଛି ।