ବିଦ୍ୟୁତ ଚୋରି ରୋକିବାକୁ ଏକ ଅଭିନବ ଉପାୟ ଗ୍ରହଣ କରିଛି ସେସୁ । ବିଜୁଳି ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର । ନାମ ଗୋପନ ରଖି ପୁରସ୍କାର ଦେବେ ସେସୁ କର୍ତ୍ତୃପକ୍ଷ । ଆଦାୟ ଜରିମାନାର ୧୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ସୂଚନାଦାତାଙ୍କୁ ପ୍ରଦାନ କରାଯିବ । ସମୀକ୍ଷା ବୈଠକ ପରେ ଏ ସଂକ୍ରାନ୍ତରେ ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏଥର ବିଜୁଳି ବିଲ୍ ଆଦାୟ ଓ ମିଟର ରିଡିଂ କରିବେ ଏସଏଚଜି ମହିଳା । ମହିଳାମାନେ ବିଲ୍ ଆଦାୟ ଓ ଇ-ପେମେଣ୍ଟରେ କାମ କରିବେ ବୋଲି ସିଇଓ କହିଛନ୍ତି ।ସେହିଭଳି ଗାଁରେ ସେସୁର ନେଟୱାର୍କ ବଢାଇବାକୁ ଉଦ୍ୟମ ଆରମ୍ଭ ହୋଇଛି ।