ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଋଷ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ଭ୍ଲାଡିଭୋଷ୍ଟକରେ ଅନୁଷ୍ଠିତ ପୂର୍ବା ଅର୍ଥନୈତିକ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ମୋଦି । ଏହି ସମ୍ମିଳନୀରେ ଅଭିଭାଷଣ ପ୍ରଦାନ ସମୟରେ ଭାରତ ସରକାର ସାଇବେରିଆର ବିକାଶ ପାଇଁ 1 ବିଲିୟନ୍ ଡଲାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଉପସ୍ଥିତିରେ ମୋଦି ଏହି ଘୋଷଣା କରିଛନ୍ତି । ଯେତେବେଳେ ଅନ୍ୟ ଦେଶର ନାଗରିକଙ୍କ ଉପରେ କଟକଣା ଥିଲା, ସେତେବେଳେ ଭ୍ଲାଡିଭୋଷ୍ଟକ ଭାରତୀୟଙ୍କ ପାଇଁ ମୁକ୍ତ ଥିଲା । ଭାରତରେ ଆମେ ସବ୍କା ସାଥ୍ ସବ୍କା ବିକାଶ ମନ୍ତ୍ରରେ ଏକ ନୂଆ ଭାରତ ଗଠନ ଦିଗରେ କାମ କରୁଛୁ। ଭାରତ-ଋଷର ସମ୍ପର୍କ ଖୁବ୍ ମଜବୁତ। ଭ୍ଲାଡିଭୋଷ୍ଟକଦୁଇ ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଭାରତ ଏହି ସ୍ଥାନରେ ଶକ୍ତି ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶରେ ଏହି ଅର୍ଥ ନିବେଶ କରିବ ବୋଲି ଜଣାପଡିଛି ।