ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବିଜେଡିର ୧୧ଜଣ ନେତା ତଥା ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ଉପଦେଷ୍ଟାଙ୍କ ମଧ୍ୟରୁ ୬ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା, ଜଣଙ୍କୁ ମୁଖ୍ୟ ସଚିବ ପାହ୍ୟା ଓ ଅନ୍ୟ ୪ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟାର ମିଳିଛି । ଏହି କ୍ରମରେ ସାମିଲ୍ ଅଛନ୍ତି ମିଶନ ଶକ୍ତି ଉପଦେଷ୍ଟା ତଥା ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ମୁନ୍ନା ଖାଁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, କୃଷି ଓ କୃଷକ କଲ୍ୟାଣ ବିଭାଗ ଉପଦେଷ୍ଟା କୃତିବାସ ପାତ୍ର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ମିଳିଥିବାବେଳେ ସେହିପରି ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ସୁଜିତ୍ କୁମାରଙ୍କୁ ‘ମୁଖ୍ୟ ସଚିବ’ ପାହ୍ୟା ମିଳିଛି । ସେହିପରି ମହିଳା ଓ ଶିଶୁବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ଚିଲିକା ଉନ୍ନୟନ ପ୍ରାଧିକରଣ ଉପଦେଷ୍ଟା ଉକ୍ରଳ କେଶରୀ ପରିଡ଼ାଙ୍କୁ ‘ପ୍ରମୁଖ ସଚିବ ପାହ୍ୟା ମିଳିଛି ।