ଅଯୋଧ୍ୟା ମାମଲାର ବିଚାର ଚାଲିଥିବା ବେଳେ ଏହାର ସିଧା ପ୍ରସାରଣ ପାଇଁ ଆଜି ସୁପ୍ରିମ୍କୋର୍ଟରେ ଆବେଦନ କରାଯାଇଥିଲା । ଏହି ଯାଚିକାର ବିଚାର କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହି ଆବେଦନକୁ ଖଣ୍ଡନ କରିଛନ୍ତି । ଆରଏସ୍ଏସ୍ ସଦସ୍ୟ କେ ଏନ୍ ଗୋବିନ୍ଦାଚାର୍ଯ୍ୟ ଏହି ମାମଲାର ସିଧା ପ୍ରସାରଣ ଏବଂ ରେକର୍ଡିଂ ପାଇଁ ଆବେଦନ କରାଯାଇଥିବା ବେଳେ ଏହାକୁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଖାରଜ କରି ଦେଇଥିଲେ । ଏହି ମାମଲାକୁ ପ୍ରଥମେ ମୁଖ୍ୟ ବିଚାରପତିଙ୍କ ନିକଟରେ ଲିଷ୍ଟିଂ କରାଯିବା ଉଚିତ୍ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ସିଏଫ୍ ନରିମାନ ଏବଂ ସୂର୍ଯ୍ୟ କାନ୍ତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ବରିଷ୍ଠ ଓକିଲ ବିକାଶ ସିଂ ଏହି ଗୋବିନ୍ଦାଚାର୍ଯ୍ୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।