ବଲିଉଡ୍ର ଚୁଲବୁଲି ଅଭିନେତ୍ରୀ କିଆରା ଆଡଭାନୀ ବକ୍ସିଂ ଶିଖୁଛନ୍ତି । ବଲିଉଡ୍ର ଏହି ଫିଟ୍ ଅଭିନେତ୍ରୀ ନିଜ ଚରିତ୍ରକୁ ଜୀବନ୍ତ କରାଇବା ନିମନ୍ତେ କିକ୍ ବକ୍ସିଂର ଅଭ୍ୟାସ କରୁଥିବା ନଜର ଆସିଛନ୍ତି । ନିଜର ଅପ୍କମିଙ୍ଗ ଫିଲ୍ମ ଶେରଶାହ ପାଇଁ କିଆରା ବକ୍ସିଂ ଏବଂ କିକ୍ ବକ୍ସିଂ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି । କବୀର ସିଂର ଅଦ୍ଭୂତପୂର୍ବ ସଫଳତା ପରେ କିଆରା ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ସହିତ ଗୁଡ ନ୍ୟୁଜ୍ରେ ନଜର ଆସିବେ । ଏହା ସହିତ ଅକ୍ଷୟଙ୍କ ସହିତ ଅନ୍ୟ ଏକ ଫିଲ୍ମ ଲକ୍ଷ୍ମୀ ବମ୍ବରେ ମଧ୍ୟ ନଜର ଆସିବେ କିଆରା । ଏହି ଦୁଇଟି ଫିଲ୍ମ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଶେର ଶାହରେ ନଜର ଆସିବେ କିଆରା । ପ୍ରଥମ ଦୁଇଟି ଫିଲ୍ମ 2020ରେ ରିଲିଜ୍ ହେବାର ଥିବା ବେଳେ ଶେର ଶାହ ଚଳିତ ବର୍ଷ ଶେଷ ଆଡକୁ ରିଲିଜ୍ ହେବ ବୋଲି ଜଣାପଡିଛି ।