ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶୁକ୍ରବାର ଦିନ ପ୍ରାୟ ୨ଟା ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଠାରେ ଚଣ୍ଡିଗଡ-କୋଚିବେଲୀ ଏକ୍ସପ୍ରେସ୍ରେ ହଠାତ ନିଆଁ ଲାଗିଯାଇଥିଲା । ଖବର ପାଇବା ପରେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରେନଟି ୮ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବାବେଳେ ହଠାତ୍ ସେହି ଟ୍ରେନ୍ର ବଗିରେ ନିଆଁ ଲାଗିଯାଇଥିଲେ । ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲାଗିଯିବା ପରେ ତୁରନ୍ତ ଯାତ୍ରୀଙ୍କୁ ଟ୍ରେନରୁ ସୁରକ୍ଷିତ ଭାବେ ବାହାରକୁ ବାହାର କରି ଦିଆଯାଇଥିଲା । ଏହି ନିଆଁଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡି ନିୟୋଜିତ ହୋଇଛନ୍ତି । ଏହାସହ ପ୍ଲାଟଫର୍ମକୁ ଖାଲି କରି ଦିଆଯାଇଛି ।