ଲଗାଣ ବର୍ଷା ଯୋଗୁ ଜଲାପୁଟ ଓ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଲାପୁଟ ଜଳ ଭଣ୍ଡାରରୁ ୫ଟି ଗେଟ୍ ଖୋଲା ଯାଇଥିବା ବେଳେ ମାଛକୁଣ୍ଡ ଜଳ ଭଣ୍ଡାରରୁ ୪ଟି ଗେଟ୍ ଖୋଲାଯାଇଛି। ଜଲାପୁଟ୍ ଜଳଭଣ୍ଡାରର ବିପଦ ସଙ୍କେତ ୨୭୫୦ ଫୁଟ୍ ରହିଥିବା ବେଳେ ୨୭୪୯.୧୦ ଫୁଟ୍ ଜଳ ପ୍ରବାହିତ ହେଉଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡକୁ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ଜଳଭଣ୍ଡାର ୮ଟି ଗେଟ୍ରୁ ୪ଟି ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଜଳ ଭଣ୍ଡାରର ବିପଦ ସଙ୍କେତ୨୫୯୦ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ୨୫୮୯ ଫୁଟ୍ ଜଳ ପ୍ରବାହିତ ହେଉଛି। ପ୍ରତି ସେକେଣ୍ଡକୁ ଜଳ ଭଣ୍ଡାରରୁ ୨୪ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।