ପୁରୀରେ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି। ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର। ମଠ ସଂସ୍କୃତିକୁ ଆଗକୁ ନେବା ପାଇଁ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ଏ ନେଇ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହା ସହିତ ସେବାୟତମାନଙ୍କ ଶିକ୍ଷାଦାନ ପାଇଁ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବାକୁ ଯୋଜନା କରାଯାଉଛି ସୂଚନା ରହିଛି । ମଠ ଉଚ୍ଛେଦ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁସବୁ ମଠ ଗୁଡ଼ିକୁ ଭଙ୍ଗାଯାଇଛି ତାହାର ପୁନର୍ଗଠନ ପାଇଁ ଉପ କମିଟି ଗଠନ କରାଯିବ । ମଠଗୁଡ଼ିକର ପୁର୍ନଗଠନ, ମଠର ସଂସ୍କୃତିର ବିକାଶ ଓ ଉନ୍ନତି ପାଇଁ ଉକ୍ତ କମିଟି କାମ କରିବ । ସେହିପରି ଯେଉଁମାନଙ୍କ ଦୋକାନ ଭଙ୍ଗା ଯାଇଛି ସେମାନଙ୍କ ଥଇଥାନ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଗାଇଡ଼୍ ଲାଇନ୍ ମଧ୍ୟ ପ୍ରସ୍ତୁତ କରିବେ। ଏହା ସହିତ ବୈଠକରେ ପୁରୀ ସହରର ଉନ୍ନତି ପାଇଁ ପ୍ରସ୍ତାବିତ ୫ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରଥଦାଣ୍ଡକୁ ଐତିହ୍ୟ ପରିଣତ, ଗୁଣ୍ଡିଚା ମନ୍ଦିର ବିକାଶ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ ନିର୍ମାଣ ଓ ଶ୍ରୀମନ୍ଦିର ଚତୁପାର୍ଶ୍ୱର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାର କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।