ଦେଶରେ ନୂଆ ସଂଶୋଧିତ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଓଡ଼ିଶାରେ ମଧ୍ୟ ଏହି ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରାଯାଉଛିା ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟ୍ରାଫିକ ଧରପଗଡ଼ । ଟ୍ରାଫିକ ନିୟମ ଉଲଂଘନ କରିବା ଫଳରେ ମୋଟା ଅଙ୍କର ଫାଇନ ଗଣୁଛନ୍ତି ଗାଡ଼ିଚାଳକ । ଆଜି କମିଶନରେଟ ପୋଲିସ ଅଫିସରେ ଟ୍ରାଫିକ ଭିତ୍ତିଭୂମି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୨ଜଣ ଆରଟିଓ, ଟ୍ରାଫିକ ଆଡିସନାଲ ଡିସିପି ଓ ଉଚ୍ଚ ଅଧିକାରୀ ସାମିଲ ଥିଲେ । ଏହି ବୈଠକରେ ଜରିମାନା ଆଦାୟ ନେଇ ପୋଲିସ କମିସନରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ବିନ୍ ସିଟିରେ ଜରିମାନା ହଜାରେ ଟଙ୍କାରେ ସୀମିତ ରହିଛି । ୩ଦିନରେ କଟକରେ ୪ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି । ଅଟୋ ଚାଳକଙ୍କୁ ୪୭ହଜାର ୫୦୦ଟଙ୍କା ଫାଇନ ଆରଟିଓ କରିଥିଲେ । ଫାଇନ ଆଦାୟ ନୁହେଁ ସଚେତନତା ପାଇଁ ଜୋରିମାନା ଲାଗୁଛି । ସେହିପରି ଗୋଟିଏ ବାଇକରେ ଦୁଇଜଣ ଯିବାର ନିୟମ ଥିବାବେଳେ ୧୨ ବର୍ଷରୁ କମ୍ ଛୁଆ ବାଇକ୍ରେ ଏବେ ଯାଇପାରିବେ । ସ୍କୁଲ ପିଲାଙ୍କୁ ଏବେ ଗାଡ଼ି ମନା, ଯଦି ଧରାପଡ଼ିବେ ତେବେ ଅଭିଭାବକଙ୍କୁ ଜରିମାନା ଦେବାକୁ ପଡ଼ିବ । ୨୫ ବର୍ଷ ହେବା ପର୍ଯ୍ୟନ୍ତ ଆଉ ଡ୍ରାଇଭିଂ ଲାଇସେନ୍ସ ମିଳିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ସେହିପରି ପୋଲିସ୍ ପାଇଁ ହେଲମେଟ୍ ଓ ପିସିଆର୍ ଚାଳକଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ବୋଲି ସୂଚନା ରହିଛି ।