ଶହୀଦ୍ କୃତିବାସ ପାଟ୍ଟଶାଣୀଙ୍କ ସ୍ମୃତିରେ ବିଗତ ୩୩ ବର୍ଷ ଧରି ବାଣପୁର ପାଇକ ସାହିଠାରେ ଅଗ୍ରପୂଜ୍ୟ ଶ୍ରୀଗଣେଣଙ୍କ ପୂଜା ମହାସମାରୋହରେ ପାଳନ ହୋଇ ଆସୁଛି । ଏହି ପୂଜାକୁ ପ୍ରତିବର୍ଷ ଶହୀଦ୍ କୃତିବାସ କ୍ଲବ୍ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଗଜାନନଙ୍କ ପୂଜା ପାଳିତ ହୋଇଛି । କୃତିବାସ କ୍ଲବ୍ ତରଫରୁ ୧୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଉଛି । ସେହିପରି ଭାବରେ ଗଣେଣ ଭସାଣୀକୁ ମଧ୍ୟ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଏହି କ୍ଲବ ତରଫରୁ ଉଦ୍ୟମ କରାଯାଉଛି । ଏହି ଗଣେଣ ପୂଜା କମିଟିର ସଭାପତି ଶିବ ଶଙ୍କର ସାହୁ, ସମ୍ପାଦକ ଜୟକୃଷ୍ଣ ମାର୍ଥା, ସନ୍ତୋଷ ପଣ୍ଡା ଓ କ୍ଲବର ସମସ୍ତ ସଦସ୍ୟବୃନ୍ଦ ଏବଂ ପାଇକସାହି ଗ୍ରାମବାସୀବୃନ୍ଦ ଚଳିତଥର ପୂଜାକୁ ସ୍ବଚ୍ଛ ତଥା ଆକର୍ଷଣୀୟ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି । ଚଳିତ ଥର ତୋରଣରେ ମଧ୍ୟ ଏହି ପୂଜାକମିଟି ତରଫରୁ ଏକ ଭିନ୍ନ ପ୍ରୟାସ କରାଯାଇଛି । ଜଗନ୍ନାଥ ମନ୍ଦିର ଛାୟାରେ ଏହି ତୋରଣଟି ବେଶ୍ ଆକର୍ଷଣୀୟ ହୋଇଛି । ପୂଜା କମିଟିର କାର୍ଯ୍ୟକର୍ତ୍ତା ଭାବରେ ବିକ୍ରମ କେଶରୀ ଜେନା ଏହି ଗଣେଣ ପୂଜାକୁ ସଫଳ କରିବାରେ ବିଶେଷ ଯୋଗଦାନ ଦେଇଛନ୍ତି ।