ଚଳିତ ବର୍ଷ ଶଷକୁ ଲିଓନେଲ ମେସି ବାର୍ସେଲୋନା ଛାଡିବେ ବୋଲି ଜଣାପଡିଛି । ବାର୍ସେଲୋନା ସଭାପତି ଜୋସେପ୍ ମାରିଆ ବାର୍ଟୋମ୍ୟୁ ଏକ ଟିଭି ସାକ୍ଷାତକାର ଜରିଆରେ ଏହି ସୂଚନା ଦେଇଛନ୍ତି । ମେସି 2017-2021 ପର୍ଯ୍ୟନ୍ତ ବାର୍ସେଲୋନା ସହିତ ଅନୁବନ୍ଧିତ ହୋଇଥିବା ବେଳେ 2019-20 ସିଜିନ୍ ପରେ ମେସି ଦଳ ଛାଡିବାରେ କୌଣସି ଅସୁବିଧା ନାହିଁ ବୋଲି ଜୋସେପ୍ ମାରିଆ ପ୍ରକାଶ କରିଛନ୍ତି । ପୂର୍ବରୁ ଜାଭି ହର୍ଣ୍ଣାଣ୍ଡେଜ୍, କାର୍ଲୋସ୍ ପାୟୋଲ୍ ଏବଂ ଆନ୍ଦ୍ରେସ୍ ଇନିଏଷ୍ଟା ମଧ୍ୟ ସମୟ ପୂର୍ବରୁ ଦଳ ପରିତ୍ୟାଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବାର୍ସେଲୋନା ପକ୍ଷରୁ ଖେଳୁଥିବା ସମୟରେ ମେସି 5 ଥର ବାଲନ୍ ଡି ଓର୍ ହାସଲ କରିଛନ୍ତି ।