ଭାରତୀୟ ଦଳରେ ଚାରି ନମ୍ବର ସ୍ଥାନକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଏହି ସ୍ଥାନ ପାଇଁ ସଞ୍ଜୁ ସାମସନଙ୍କ ନାମ ସୁପାରିଶ କରିଛନ୍ତି ହରଭଜନ ସିଂ । ଗତକାଲି ସାମ୍ସନ୍ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ 48 ବଲ୍ରୁ 91 ରନ୍ ସଂଗ୍ରହ କରିଥିଲେ । ଆଇପିଏଲ୍ର ଅନ୍ୟତମ ସଫଳ ଖେଳାଳି ସାମ୍ସନ୍ ଘରୋଇ ସର୍କିଟ୍ରେ ସଫଳ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍ରେ ତାଙ୍କୁ ପ୍ରଚୁର ସୁଯୋଗ ମିଳୁନାହିଁ । ସାମ୍ସନ୍ଙ୍କୁ ଗୋଟିଏ ଟି20 ମ୍ୟାଚ୍ରେ ସୁଯୋଗ ମିଳିଥିବା ବେଳେ ଦିନିକିଆରେ ପଦାର୍ପଣର ସୁଯୋଗ ମିଳିନାହିଁ । ଭାରତ ଯଦି ଭବିଷ୍ୟତ ପାଇଁ ଟିମ୍ ଗଠନ କରିବାକୁ ଚାହୁଁଥାଏ ତେବେ ସଞ୍ଜୁ ସାମ୍ସନ୍ଙ୍କ ପରି ଯୁବ ଖେଳାଳିଙ୍କୁ ସୁଯୋଗ ପ୍ରଦାନ କରାଯିବା ଉଚିତ୍ ବୋଲି ହରଭଜନ ଟ୍ବିଟ୍ କରିଛନ୍ତି । ଏହାକୁ ଥଟ୍ଟା କରି ଯୁବରାଜ ସିଂ ଲେଖିଥିଲେ ’ଦଳରେ ଚାରି ନମ୍ବର ବ୍ୟାଟ୍ସ ମ୍ୟାନ୍ଙ୍କ ଆବଶ୍ୟକତା ନାହିଁ, ଦଳର ଟପ୍ ଅର୍ଡର ଶକ୍ତିଶାଳୀ ରହିଛି ।