ନିଜ ଦଳର ଗୁମର ଫିଟାଇଲେ ଅମର ପ୍ରଧାନ । ବିସ୍ଫାେରକ ବୟାନ ଦେଇଛନ୍ତି କଂଗ୍ରେସର ଏହି ନେତାଜଣକ । କଂଗ୍ରେସ ଭିତରେ ଭିଲେନ ଅଛନ୍ତି ବୋଲି କହିଲେ ଅମର । ଏହି ଭିଲେନମାନେ କଂଗ୍ରେସରେ ରହି ସରକାରୀ ଦଳ ସହ ହାତି ମିଳାଇଛନ୍ତି । ସରକାରୀ ଦଳ ସହ ଏମାନେ ମିଶି କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଆଗରେ ଏହି ଭିଲେନ୍ମାନଙ୍କର ମୁଖା ଖୋଲିବେ ବୋଲି କହିଛନ୍ତି ଅମର ପ୍ରଧାନ । ଅମର ପ୍ରଧାନଙ୍କ ସହ ସ୍ବର ମିଳାଇଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ସବୁ ଦଳରେ ଭିଲେନ୍ ଅଛନ୍ତି, ଆମ ଦଳରେ ଥାଇପାରନ୍ତି କହିବା ସହିତ ଦଳ ବିରୋଧୀ ନେତାଙ୍କ ମୁଖା ଖୋଲି ବହିଷ୍କାର କରାଯିବା ଦରକାର ବୋଲି କହିଛନ୍ତି ଶରତ ।