ସମୀକ୍ଷା ବ୍ୟୁରୋ
ରାଜ୍ୟରେ ଲାଗୁ ହୋଇଥିବା ନୂଆ ଟ୍ରାଫକି ନିୟମ ସାଧାରଣ ଲୋକଙ୍କ ଜୀବନଯାପନକୁ ଅଧିକ ପ୍ରଭାବିତ କରିଛି । କିନ୍ତୁ ଏଥିରୁ ମୁକୁଳି ଯାଉଛନ୍ତି ବଡ଼ ବଡ଼ିଆ ନେତା ଓ ପୋଲିସ କର୍ମୀ । ଏହାକୁ ନେଇ ଆଜି ରାଜମହଲ ଛକରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଓ ସାଧାରଣ ଜନତା ମୁହଁମୁହିଁ ହୋଇଥିଲେ । ଫଳରେ ପୋଲିସ ସାଧାରଣ ଜନତାଙ୍କ ଉପରେ ଲାଠି ଚାର୍ଜ କରିଥିଲା । ଏହା ପରେ ପୋଲିସ କମିଶନର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଇନ୍ସୁରାନ୍ସ ଓ ପଲ୍ୟୁସନ ପାଇଁ ନୁହେଁ, ବରଂ ୫ଟି ଗଫଲତି ପାଇଁ ଜରିମାନା ଆଦାୟ କରାଯାଉଛି । ସେହି ପାଞ୍ଚଟି ଭୁଲ୍ ବା ଗଫଲ୍ତି ହେଉଛି –
୧. ଦୁଇ ଚକିଆ ଯାନରେ ଦୁଇର ଉର୍ଦ୍ଧ୍ବ ବା ତିନି ଜଣ ଗଲେ
୨. ହେଲମେଟ୍ ନ ପିନ୍ଧି ଗାଡ଼ି ଚଳାଇଲେ
୩. ମଦ ପିଇ ଗାଡ଼ି ଚଳାଇଲେ
୪. ଗାଡ଼ି ଚଳାଇବା ସମୟରେ ମୋବାଇଲ୍ରେ ଗପିଲେ
୫. ରାସ୍ତାର ଭୁଲ୍ ସାଇଡ୍ରେ ଗାଡ଼ି ନେଲେ
ଉପରୋକ୍ତା ୫ଟି ଭୁଲ୍ ପାଇଁ ଜରିମାନା ଆଦାୟ କରାଯାଉଛି ବୋଲି ପୋଲିସ୍ କମିଶନର କହିଛନ୍ତି । ଏପରିକି ଏବେ ଜରିମାନା ୧୦୦୦ ଟଙ୍କା ଜାଗାରେ ୫ ଶହ ଟଙ୍କା ଆଦାୟ କରିବା ନେଇ ପରିବହନ ବିଭାଗ ସହ କଥା ହୋଇଛନ୍ତି ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ସେହିପରି ନିୟମ ସମସ୍ତଙ୍କ ପାଇଁ ସମାନ, ତେଣୁ ଆଇନ୍ ଉଲ୍ଲଂଘନ କରୁଥିବା ପୋଲିସ୍ ପ୍ରତି ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କମିଶନର ।