ରାଜ୍ୟରେ ନୂତନ ମୋଟର ଯାନ ଆଇନ୍ରେ ପ୍ରଣୟନ ପରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଏବେ ସାଧାରଣଙ୍କ ସୁବିଧାର୍ଥେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଆଇନ ସହାୟତା ପାଇଁ ହେଲପ୍ ଲାଇନ ନମ୍ବର ଜାରି କରାଯାଇଛି । ଏହି ହେଲପ୍ ଲାଇନ୍ ଜରିଆରେ ଫାଇନ୍ ଆଦାୟ ବେଳେ ସମସ୍ୟା ହେଲେ ଜଣାଇ ହେବ ବୋଲି ସୂଚନା ରହିଛି । ତେବେ ସରକାରଙ୍କ ତରଫରୁ ଜାରି ହୋଇଥିବା ଟୋଲ୍ ଫ୍ରି ନମ୍ବର- ୧୮୦୦-୩୪୫୧୦୭୩ରେ ମୋଟର ଯାନ ଆଇନ୍ରେ ସହାୟତା ନେଇପାରିବେ । ସକାଳ ୮ରୁ ରାତି ୧୦ଟା ଯାଏ ଖୋଲା ରହିବ ହେଲ୍ପ ଡେସ୍କ । ଫୋନ ଜରିଆରେ ଅଭିଯୋଗ ଜଣାଇହେବ । ରାଜ୍ୟର ସମସ୍ତ ଆର୍ଟିଓରେ ଖୋଲା ହେବ ହେଲ୍ପ ଡେସ୍କ ଖୋଲାହେବ ବୋଲି ପରିବହନ ସଚିବ ସୂଚନା ଦେଇଛନ୍ତି । ସେହିପରି ଗାଡ଼ି କାଗଜପତ୍ର ପାଇଁ ଆରଟିଓ ଅଧିକ ସ୍ଲଟ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ଆରଟିଓଙ୍କୁ ଏ ସମ୍ପର୍କରେ ପରିବହନ ସଚିବ ଜି. ଶ୍ରୀନିବାସ ନିର୍ଦ୍ଦେଶ ଦେଇଛନ୍ତି । ଏହି ହେଲପ୍ପ ଲାଇନ୍ ଜରିଆରେ ଡିଏଲ୍ ଓ ଲାଇସେନ୍ସ ପାଇବାରେ ଅସୁବିଧା ହେଲେ ଜଣାଇପାରିବେ ବୋଲି ସୂଚନା ରହିଛି । ସେହିପରି ଡିଏଲ୍ ଟେଷ୍ଟ ପାଇଁ ଅଧିକ ଦିନ ବଢ଼ାଯିବ ବୋଲି ପ୍ରେସ୍ମିଟ୍ରେ ପରିବହନ କମିସନରଙ୍କ ସୂଚନା ଦେଇଛନ୍ତି ।