ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଘରୋଇ ଡାକ୍ତରଖାନାରେ ଏଣିକି ମାଗଣା ଚିକିତ୍ସା ମିଳିବ ଏହି ଖର୍ଚ୍ଚ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ରୁ ଭରଣା କରିବେ । ପ୍ରଥମେ କଟକ ଓ ଭୁବନେଶ୍ବରରେ ଏହା ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର ତିନୋଟି ଘରୋଇ ହସ୍ପିଟାଲ୍ରେ ଏହି ସୁବିଧା ମିଳିବ । ଭୁବନେଶ୍ବରର ଆପୋଲୋ, ଆମ୍ରି ଏବଂ ଅଶ୍ବିନୀ ହସ୍ପିଟାଲ୍ରେ ଏହି ମାଗଣା ଚିକିତ୍ସା ମିଳିବ । ପରେ ପରେ ଏହା ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ମାଗଣା ଚିକିତ୍ସା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ଦେଇଛି ପରିବହନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଡାକ୍ତ ପ୍ରମୋଦ କୁମାର ମେହେର୍ଦ୍ଦା । ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବା ପରେ ଶୀଘ୍ର ଚିକିତ୍ସା କରାଯିବ । ପ୍ରଥମ ୪୮ ଘଣ୍ଟା ମାଗଣା ଚିକିତ୍ସା ମିଳିବ, ପରେ ସ୍ଥାନାନ୍ତର କରାଯାଇପାରିବ ।