ଏଣିକି ସମସ୍ତ ପୋଲିସ୍ ଗାଡିର ଡକ୍ୟୁମେଣ୍ଟ ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ । ଗତକାଲି ରାଜମହଲରେ ପୋଲିସ୍ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଓ୍ବେବ୍ସାଇଟ୍ରେ ସମସ୍ତ ଗାଡିର ଡକ୍ୟୁମେଣ୍ଟ ଅପଲୋଡ୍ କରାଯିବାର ନିଷ୍ପତ୍ତି ନିଆଯାଇଛି । ଆଜି ସମସ୍ତ ଗାଡିର କାଗଜପତ୍ର ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରାଯିବ ବୋଲି ଜଣାପଡିଛି । ଯେ କୌଣସି ଲୋକ ଓ୍ବେବ୍ସାଇଟ୍ ପରିଦର୍ଶନ କରି ସମସ୍ତ ଗାଙଡି ସମ୍ପର୍କରେ ସୂଚନା ହାସଲ କରିପାରିବେ । ସାଧାରଣ ଲୋକଙ୍କ ମନରେ ରହିଥିବା ସନ୍ଦେହ ଦୂର କରିବା ନିମନ୍ତେ ଏହି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରକାଶ କରିଛନ୍ତି ।