ବ୍ରହ୍ମପୁରରୁ ଚୋରି କରିଥିବା ଅଭିଯୋଗରେ ଜଣେ ଯୁବକକୁ ଉତ୍ୟକ୍ତ ଗ୍ରାମବାସୀ ପିଟି ପିଟି ଲଣ୍ଡା କରିଛନ୍ତି । ଏକ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରିଥିବା ଅଭିଯୋଗରେ ଉତ୍ୟକ୍ତ ଗ୍ରାମବାସୀ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହିତ ଲଣ୍ଡା କରି ଚପଲ ମାଳ ପିନ୍ଧାଇଥିଲେ । ଦିଗପହଣ୍ଡିର ଛଣମେରି ଗ୍ରାମରେ, ଏହି ଘଟଣା ଘଟିଥିଲା । ଉତ୍ୟକ୍ତ ଗ୍ରାମବାସୀଙ୍କ କବଳରୁ ପୋଲିସ୍ ଉକ୍ତ ଯୁବକକୁ ଉଦ୍ଧାର କରିଛି । ଯୁବକ ଜଣକ ଗୁରୁତର ଥିବାରୁ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି ।