କେନ୍ଦୁଝରର ଘଟଗାଁରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଶୋଇଥିବା ଅବସ୍ଥାରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ଘଟଗାଁର ଗୋଧିପଡାରେ ଏହି ଘଟଣା ଘଟିଛି । ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତିର ତଦନ୍ତ କରୁଛି ।