ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି 4 ଜଣ ନିଖୋଜ ହେବା ଘଟଣାରେ ପ୍ରଶାସନକୁ ଦାୟୀ କରିଛନ୍ତି ପୂର୍ବତନ ସାଂସଦ ରୁଦ୍ର ପାଣି । ପୂର୍ବରୁ ଏହି ସ୍ଥାନରେ ଡଙ୍ଗା ବୁଡିଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିଲା ବୋଲି ପାଣି ଅଭିଯରୋଗ କରିଛନ୍ତି । ଏପରି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ବେଆଇନ ଡଙ୍ଗା ଚାଳନା ଉପରେ ରୋକ୍ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି ଯାହା ଫଳରେ ଏହି ଅଘଟଣ ଘଟିଲା ବୋଲି ସେ ଅଭିଯୋଗ କରିଛନ୍ତି । ଡଙ୍ଗାରେ ଅତ୍ୟଧିକ ଲୋଡିଂର ଯାଞ୍ଚ ହେଉନାହିଁ ଯାହା ଫଳରେ ଡଙ୍ଗା ଭାରସାମ୍ୟ ହରାଇ ଓଲଟୁଛି । କାମ ପାଇଁ ଯାଉଥିବା ଲୋକଙ୍କ ସୁରକ୍ଷିତ ଯାତାୟତର ଉତ୍ତର ଦାୟିତ୍ବ ପ୍ରଶାସନ ନେବା ଉଚିତ୍ ବୋଲି ରୁଦ୍ର ପାଣି କହିଛନ୍ତି ।