ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ କମିଯାଇଛି ବୋଲି ଆଦିତ୍ୟନାଥ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଆତଙ୍କବାଦୀଙ୍କ ନିକଟରେ ବନ୍ଧୁକ ରହିଛି ମାତ୍ର ଏଥିରେ ଭର୍ତ୍ତି କରିବାକୁ ଗୁଳି ନାହିଁ ବୋଲି ଯୋଗୀ କହିଛନ୍ତି। ଧାରା ୩୭୦ ଉଚ୍ଛେଦ ଜମ୍ମୁ କାଶ୍ମୀରକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଯୋଗୀ ମତ ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ଆମ୍ବେଦକର ନଗରରେ ବିଭିନ୍ନ ଜନ ହିତକର କାର୍ଯ୍ୟର ଲୋକାର୍ପଣ ସମୟରେ ଯୋଗୀ ଏହି ମତ ଦେଇଥିଲେ।