ଜରିମାନାରେ ରେକର୍ଡ ଭାଙ୍ଗୁଛି ଓଡିଶା। ଟ୍ରାଫିକ୍ ନିୟମର ଉଲ୍ଲଂଘନ କରି ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ସମ୍ପୃକ୍ତ ଡ୍ରାଇଭରଙ୍କଠାରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଡ୍ରାଇଭର ହେଲେ ଅଶୋକ ଯାଦବ। ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଟ୍ରକ୍ଟି ଏକ ଜେସିବି ମେସିନ୍ ନେଇକି ତାଳଚେରରୁ ସମ୍ବଲପୁର ଅଭିମୁଖେ ଆସୁଥିଲା। ଏହି ସମୟରେ ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଟ୍ରକ୍କୁ ଅଟକାଇ ଥିଲେ। ଶରଳାକାନି ନିକଟରେ ତାଙ୍କୁ ଅଟକା ଯାଇଥିଲା। ଓଭର ଲୋଡିଂ, ଓଭର ଡାଇମେନ୍ସନାଲ ଲୋଡିଂ ଓ ବିନା ଡ୍ରାଇଭିଂ ଲାଇନ୍ସେନ୍ସ ପାଇଁ ଟ୍ରକକୁ ୮୬୫୦୦ ଟଙ୍କା ଜରିମାନା କରାଯାଇଛି। ଆଲୋଚନା ପରେ ଡ୍ରାଇଭର ୭୦ ହଜାର ଟଙ୍କା ଜରିମାନା ଦେଇଛନ୍ତି। ଟ୍ରକ୍ର ରେଜିଷ୍ଟ୍ରେସନ୍ ନାଗାଲାଣ୍ଡର ହୋଇଥିବା ଜଣାପଡ଼ିଛି।