ତାମିଲ ସୁପରଷ୍ଟାର ସୂର୍ଯ୍ୟା ନିଜର ଅପ୍କମିଙ୍ଗ ଫିଲ୍ମ କାପ୍ପାନର ଏକ ଫଟୋ ସେୟାର କରିଛନ୍ତି । ଅଭିନେତ୍ରୀ ସାୟେସା ସୈଗଲଙ୍କ ସହିତ ସୂର୍ଯ୍ୟା ଏହି ଫଟୋଟି ସେୟାର କରିଛନ୍ତି । କେ ଭି ଆନନ୍ଦ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୂର୍ଯ୍ୟା ତିନୋଟି ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମରେ ସୂର୍ଯ୍ୟାଙ୍କ ସହିତ ମାଲାୟଲମ୍ ସୁପରଷ୍ଟାର ମୋହନଲାଲ ମଧ୍ୟ ନଜର ଆସିବେ । ଅନ୍ୟ ମାନଙ୍କ ବ୍ୟତିତ ଆର୍ୟ୍ୟା ମଧ୍ୟ କେମିଓ ଅବତାରରେ ନଜର ଆସିବେ । ମୋହନଲାଲ ଏହି ଫିଲ୍ମରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଭୂମିକାରେ ନଜର ଆସିବେ । ସୂର୍ଯ୍ୟା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ଭୂମିକାରେ ନଜର ଆସିବେ ।