ଭବାନୀପାଟଣାରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି । ମା ଓ ଦୁଇ ପୁଅଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । କଳାହାଣ୍ଡିର ସିଝରଣ ଗାଁରେ ଏହି ବର୍ବର କାଣ୍ଡ ଘଟିଛି । ଦୁଇ ଶିଶୁଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ବେଳେ ବେଳେ ମାର ମୃତଦେହ ଗାଁର ନିକଟସ୍ଥ ରେଳ ଲାଇନ୍ରୁ ଉଦ୍ଧାର କରାଯାଇଛି । ତାଙ୍କୁ ହତ୍ୟା କରାଯାଇ ରେଳ ଲାଇନ୍ ନିକଟରେ ଫୋପାଡି ଦିଆଯାଇଥିବା ପୋଲିସ୍ ସନ୍ଦେହ କରୁଛି । ଦୁଇ ଶିଶୁଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ୍ ଏବଂ ଫରେନ୍ସିକ୍ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।