ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ) ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ସରକାର ଗୁପ୍ତ ଭାବେ ଜେଲରୁ ମୁକୁଳାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିବା ଏହା ପଛର ମୂଳ ଉଦ୍ଦେଶ୍ୟ ବୋଲି ଗୁଇନ୍ଦା ବ୍ୟୁରୋ କେନ୍ଦ୍ର ସରକାରଙ୍କୁ ସତର୍କ କରାଇ ଦେଇଛି । ଏହା ସହିତ ପାକ୍ ମାଟିରେ କାର୍ଯ୍ୟକ୍ଷମ ଅନ୍ୟ ଆତଙ୍କୀ ସଂଗଠନଗୁଡ଼ିକ ଅବାଧରେ କାର୍ଯ୍ୟ କରୁଥିବାବେଳେ ରାଜସ୍ଥାନ ନିକଟ ସୀମାନ୍ତରେ ପାକିସ୍ତାନୀ ସେନା ଅତିରିକ୍ତ ସୈନ୍ୟ ଠୁଳ କରିଛି ବୋଲି ଗୋଇନ୍ଦା ରିପୋର୍ଟ ମିଳିଛି । ଧାରା 370 ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡିଛି ।