ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଆସେସ୍ ସିରିଜ୍ ସମାପନ ପୂର୍ବରୁ ଆସେସ୍ ଉପରେ କବ୍ଜା କରି ନେଇଛି କଙ୍ଗାରୁ ଦଳ । ଷ୍ଟିଭ୍ ସ୍ମିଥ୍ଙ୍କ ଦଳ ଚତୁର୍ଥ ମ୍ୟାଚ୍ରେ 185 ରନ୍ରେ ବିଜୟୀ ହେବା ସହିତ ଆସେସ୍ ନିଜ ନିକଟରେ ରଖିଛି । 383 ରନ୍ ବିଜୟ ଲକ୍ଷ୍ୟମର ପିଛା କରୁଥିବା ଇଂଲଣ୍ଡ ମାତ୍ର 197 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇ ପରାଜୟର ସମ୍ମୁଖୀନ ହୋଇଛି । ଇଂଲଣ୍ଡ ପକ୍ଷରୁ ଜୋ ଡେନ୍ଲୀ ସର୍ବାଧିକ 53 ରନ୍ ସଂଗ୍ରହ କରିଥିବା ବେଳେ 5 ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ 43/4 ର ଫିଗର ହାସଲ କରିଥିବା ବେଳେ ହଜେଲଉଡ୍ ଏବଂ ଲିୟନ୍ଙ୍କୁ 2ଟି ଲେଖାଏଁ ଓ୍ବିକେଟ, ମିଚେଲ ଷ୍ଟାର୍କ ଓ ଲାବୁଷ୍ଚାଞ୍ଜେ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ପ୍ରଥମ ଇନିଂସରେ 211 ଏବଂ ଦ୍ବିତୀୟ ଇନିଂସରେ 82 ରନ୍ କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍ ସ୍ମିଥ୍ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।