ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଜନଜୀବନ ବେଶ୍ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏହି ଆଇନ୍ ଆଧାରରେ ଆଦାୟ ହେଉଥିବା ଜରିମାନା କୋହଳ ହୋଇପାରେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହି ନୂତନ ନିୟମ ଅନୁସାରେ ଅତ୍ୟଧିକ ଜରିମାନା ଆଦାୟ ହେଉଥିବାରୁ ଏଥିରେ କିଛିଟା କୋହଳ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏହି ସଂଶୋଧିତ ମୋଟର ଯାନ ଆଇନ୍ ଓ ଅହେତୁକ ଜରିମାନା ପ୍ରସଙ୍ଗରେ ଏହା କେନ୍ଦ୍ରୀୟ ଆଇନ୍, ଆମେ ପରିବତ୍ତର୍ନ କରିପାରିବୁ ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ତେବେ ଆଇନ୍ର କିଛି ଧାରରେ ବଦଳ ନେଇ ରାଜ୍ୟର କିଛି କ୍ଷମତା ରହିଛି । ଏହା ଆଧାରରେ କିଛି କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । କାଲି ଏହି ସମ୍ବନ୍ଧୀୟ ଏକ ବୈଠକ ଡକାଯାଇଛି, ଏହି ବୈଠକରେ ଜରିମାନା କୋହଳ ନେଇ ଆଲୋଚନା ହେବ ବୋଲି ଜଣାପଡିଛି ।