ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା କାରଣରୁ ମୋଟର ଯାନ ବିକ୍ରି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଚଳିତ ଅଗଷ୍ଟ ମାସ ମାନ୍ଦାବସ୍ଥା ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ଦୁଇ ଚକିଆ ଯାନର ବିକ୍ରି ବିଗତ ତିନି ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଥିବା ବେଳେ ସମୁଦାୟ ମୋଟର ଯାନ ବିକ୍ରି 1997-98 ଆର୍ଥିକ ବର୍ଷ ପରଠାରୁ ସର୍ବନିମ୍ନ ସ୍ତର ଛୁଇଁଛି । ସମୁଦାୟ ଯାତ୍ରୀବାହୀ ଯାନ ବିକ୍ରିରେ 31.57 ପ୍ରତିଶତ ହ୍ରାସ ପାଇଛି । ଅଗଷ୍ଟ 2018ରେ 2 ଲକ୍ଷ87 ହଜାର 198ଟି ଗାଡି ବିକ୍ରି ହୋଇଥିବା ବେଳେ ଚଳିତ ଅଗଷ୍ଟରେ 1 ଲକ୍ଷ 96 ହଜାର 524ଟି ୟୁନିଟ୍ ବିକ୍ରି ହୋଇଛି । ପାସେଞ୍ଜର କାର ବିକ୍ରିରେ ଅଗଷ୍ଟ ମାସରେ 41.09 ପ୍ରତିଶତ ହ୍ରାସ ପାଇଛି । ଏହି ସମୟରେ ସମୁଦାୟ 1 ଲକ୍ଷ 15 ହଜାର 957ଟି କାର୍ ବିକ୍ରି ହୋଇଥିବା ବେଳେ ଗତବର୍ଷର ଏହି ସମୟରେ 1 ଲକ୍ଷ 96 ହଜାର 847ଟି କାର ବିକ୍ରି ହୋଇଥିଲା । ସେହିପରି ସ୍କୁଟର, ମୋପେଡ୍ ଏବଂ ମୋଟର ସାଇକେଲ୍ର ବିକ୍ରିରେ ଯଥାକ୍ରମେ 22, 21 ଏବଂ 22 ପ୍ରତିଶତର ହ୍ରାସ ଘଟିଛି ।