ସମଗ୍ର ବିଶ୍ବ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବର୍ଜନ କରିବା ଉଚିତ୍ ବେଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ଗ୍ରେଟର ନୋଏଡାରେ ମିଳିତଚ ଜାତିସଂଘ ପକ୍ଷରୁ ଅନୁଷ୍ଠିତ ପରିବେଶ ପରିବର୍ତ୍ତନ ସମ୍ମିଳନୀରେ ମୋଦି ଏହି ମତ ଦେଇଛନ୍ତି । ମାନବତ୍ବର ବିକାଶ ପରିବେଶ ପରିବର୍ତ୍ତନର ଲଢେଇ ସହ ସିଧାସଳଖ ଭାବରେ ସମ୍ପୃକ୍ତ ତେଣୁ ପରିବେଶ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୋଦି ବିଶ୍ବ ସମୁଦାୟର ନେତୃତ୍ବଙ୍କୁ ନିବେଦନ କରିଥିଲେ । ଭାରତ ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ 6ଟି ପ୍ଲାଷ୍ଟିକ୍ ପଦାର୍ଥ ଉପରେ ରୋକ୍ ଲଗାଯାଇଛି । ଭାରତ ପରି ଏକ ଜନବହୁଳ ରାଷ୍ଟ୍ର ଯଦି ଏହାକୁ ଲାଗୁ କରି ପାରୁଛି ତେବେ ସମଗ୍ର ବିଶ୍ବ ନେତୃତ୍ବ ଏହା ଉପରେ ଧ୍ୟାନ ଦେଲେ ଖୁବ୍ ଶୀଘ୍ର ପରସ୍ଥିତିରେ ଉନ୍ନତି ଆସିବ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତର ଏକକ ବ୍ୟବହାର କାରୀ ପ୍ଲାଷ୍ଟିକ ବର୍ଜନ ନିଷ୍ପତ୍ତି ପରେ ଭାରତରେ 14 ମିଲିୟନ୍ ପ୍ଲାଷ୍ଟିକ୍ କମ୍ ବ୍ୟବହାର ହେବ ଏବଂ ବିଶ୍ବରେ ସମୁଦାୟ ବ୍ୟବହୃତ ପ୍ଲାଷ୍ଟିକ୍ର ପରିମାଣରେ 5 ପ୍ରତିଶତ ହ୍ରାସ ପାଇବ ବୋଲି ଜଣାପଡିଛି ।