Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପର୍ଯ୍ୟସ୍ତ ଅବସ୍ଥାରେ ବାଣପୁର ଏନ୍‌ଏସିର ଆଲୋକୀକରଣ ବ୍ୟବସ୍ଥା : ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ
ଆଜିର ଖବର

ବିପର୍ଯ୍ୟସ୍ତ ଅବସ୍ଥାରେ ବାଣପୁର ଏନ୍‌ଏସିର ଆଲୋକୀକରଣ ବ୍ୟବସ୍ଥା : ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ

September 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିପର୍ଯ୍ୟସ୍ତ ଅବସ୍ଥାରେ ବାଣପୁର ଏନ୍‌ଏସିର ଆଲୋକୀକରଣ ବ୍ୟବସ୍ଥା । ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ସହର ତଥା ଅନନ୍ୟ ଶକ୍ତିପୀଠ ମା’ ଭଗବତୀଙ୍କ ମନ୍ଦିର ପାଇଁ ଏହି ସହର ପ୍ରସିଦ୍ଧ ହୋଇଥିବାବେଳେ ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇପଡିଛି । ସରକାର ପୌରାଞ୍ଚଳର ଆଲୋକୀକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ବାଣପୁର ଏନ୍‌ଏସିରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଦୀର୍ଘଦିନ ଧରି ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇ ଅନ୍ଧକାର ହୋଇଛି । ବାଣପୁର ଏନ.ଏ. ସି ରେ ପନ୍ଦର ଗୋଟି ୱାର୍ଡ ଥିବାବେଳେ ସବୁ ୱାର୍ଡରେ ସନ୍ଧ୍ୟା ସମୟରେ ଷ୍ଟ୍ରିଟ ଲାଇଟ ଜଳୁନି l ସେହିପରି ସହରର ପ୍ରମୁଖ ୱାର୍ଡ ତଥା ଭଗବତୀ ମନ୍ଦିର କୁ ସଂଯୋଗ କରୁଥିବା ୮ ନମ୍ବର ୱାର୍ଡ ର ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡିପଡିଛିl ପୁରୁଣା ବଜାର ରୂପେ ପରିଚିତ ଥିବା ଏହି ଓ୍ବାର୍ଡଟି ହେଉଛି ବ୍ୟବସାୟର ଏକ ପେଣ୍ଠସ୍ଥଳ । ତେବେ ଏଠାରେ ଆଲୋକକୀକରଣ ବ୍ୟବସ୍ଥା ନଥିବାରୁ ଏଥିରେ ବ୍ୟବସାୟ ତଥା ସାଧାରଣ  ଜନତା ପ୍ରଭାବିତ ହେଉଛନ୍ତି । ଏନେଇ କର୍ତ୍ତୃପକ୍ଷକୁ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ଏହାର କୌଣସି ସୁଫଳ ମିଳିପାରିନାହିଁ । ଖୋର୍ଦ୍ଧା ଜିଲ୍ଲାରେ ବ୍ୟବସାୟିକ ଦୃଷ୍ଟିରେ ହେଉ ଅଥବା ପର୍ଯ୍ୟଟନ ଦୃଷ୍ଟିରୁ ହେଉ ବାଣପୁର ଏନ୍‌ଏସି ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଏଠାରେ ଆଲୋକୀକରଣର ବିପର୍ଯ୍ୟସ୍ତ ବେଶ୍‌ ଚିନ୍ତାଜନକ । ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ର ତୁରନ୍ତ ମରାମତି କରିବାକୁ ସାଧାରଣରେ ଦୃଢ ଦାବି ହେଉଛି । ବାଣପୁର ଏନ୍‌ଏସିର ବ୍ୟବସାୟୀମାନେ ଏହି ଅବ୍ୟବସ୍ଥାକୁ ନେଇ ଏନ୍‌ଏସି କାର୍ଯ୍ୟନିର୍ବାହୀଙ୍କୁ ଫୋନ କରିଥିଲେ ମଧ୍ୟ ଫୋନ୍‌ ଉଠାଉନଥିବାର ଅଭିଯୋଗ କରିଛନ୍ତି ବ୍ୟବସାୟୀମାନେ ।  ତେବେ ଏହି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇପାରି ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026
Latest News

ଆର. ପ୍ରେମଦାସା ଷ୍ଟାଡିୟମରେ ହେବ ଭାରତ ଏବଂ ପାକିସ୍ତାନ ମ୍ୟାଚ: ଜାଣନ୍ତୁ ଉଭୟ ଦଳର ରେକର୍ଡ

February 14, 2026

କେନ୍ଦୁଝରରେ ୧୦୦ କୋଟିର ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

February 14, 2026

ପୁଲୱାମା ଆକ୍ରମଣକୁ ବ୍ଲାକ୍ ଡେ ଭାବେ ପାଳନ

February 14, 2026

ମଙ୍ଗଳାଜୋଡି ଜଳାଶୟରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

February 14, 2026

ଓଡିଆ ଚଳଚ୍ଚିତ୍ର “ବରବଧୂ” ରେ ସମ୍ବଲପୁର ପୁଅ ହାସ୍ୟାଭିନେତା ରିତେନ୍ ପଟ୍ଟନାୟକଙ୍କ କମାଲ୍

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.