ଅନ୍ଲାଇନ୍ ଗେମିଂ ବର୍ତ୍ତମାନ ଯୁବପିଢିଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଛି। ଏହି ଅନଲାଇନ୍ ଗେମିଂ କାରଣରୁ ଏକ ଭୟଙ୍କର ଘଟଣା ଘଟିଯାଇଛି। କର୍ଣ୍ଣାଟକର ଜଣ ୨୫ବର୍ଷୀୟ ଯୁବକ ଗେମ୍ ଖେଳିବା ପାଇଁ ନିଜ ପିତାଙ୍କୁ ହତ୍ୟା କରିଛନ୍ତି। ପବ୍ଜୀ ଖେଳୁଥିବା ସମୟରେ ପିତା ବିରକ୍ତ ହେଉଥିବାରୁ ପିତାଙ୍କୁ ହତ୍ୟା କରିଛନ୍ତି ୨୫ ବର୍ଷୀୟ ରଘୁବୀର କୁମ୍ବାର। କର୍ଣ୍ଣାଟକର ବେଲଗାଭି ଜିଲ୍ଳାର ୬୫ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ଶଙ୍କରପ୍ପା କୁମ୍ବାରଙ୍କୁ ତାଙ୍କ ପୁଅ ହତ୍ୟା କରିବା ସହିତ ମୁଣ୍ଡ ଏବଂ ପାଦକୁ ଶରୀରୁ ଅଲଗା କରି ଦେଇଛନ୍ତି। ଏହି ଘଟଣା ପରେ ଅଭିଯୁକ୍ତ ରଘୁବୀରକୁ ପୋଲିସ୍ ଗିରଫ କରି ପଚରା ଉଚୁରା କରିବା ସମୟରେ ଏହି ଘଟଣା ସମ୍ମୁଖକୁ ଆସିଛି। ପବ୍ଜୀ ଖେଳୁଥିବା ସମୟରେ ପିତା ବାରମ୍ବାର ଗାଳି କରିବାରୁ ଉତ୍ତ୍ୟକ୍ତ ହୋଇ ଏହି କାଣ୍ଡ ଘଟାଇଥିବା ସ୍ବୀକାର କରିଛନ୍ତି ରଘୁବୀର।