ଦେଶରେ ସେପ୍ଟେମ୍ବର ୧ରୁ ଲାଗୁ ହୋଇଥିବା ନୂତନ ମୋଟର ଯାନ ଆଇନ୍କୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଓଡ଼ିଶାରେ ଏହାର ପ୍ରଭାବ ବେଶ୍ ଅଧିକ ରହିଛି । ନୂତନ ମୋଟର ଯାନ ଆଇନ ଓ ଜରିମାନା ଆଦାୟକୁ ନେଇ ସାଧାରଣରେ ବେଶ୍ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଏ ନିୟମକୁ ନେଇ ପୋଲିସ୍ ଓ ଜନତା ମୁହାମୁହିଁ ହେଉଛନ୍ତି । ତେବେ ଏହି କଠୋର ନିୟମକୁ ନେଇ ରାଜ୍ୟ ସରକାର ସାଧାରଣ ଜନତାଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଏ ନିୟମରେ ୩ ମାସ କୋହଳ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । ସଂଶୋଧିତ ମୋଟର ଯାନ ଆଇନ୍ ଓ ଜରିମାନା ପ୍ରସଙ୍ଗକୁ ନେଇ ଏହାକୁ ରାଜ୍ୟରେ ୩ ମାସ ପର୍ଯ୍ୟନ୍ତ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମକୁ ନେଇ ଲୋକଙ୍କ ରୋଷ ଦେଖି ଏହି ସଂଶୋଧିତ ନିୟମ କଡ଼ାକଡ଼ି ପାଳନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରତି କଠୋର ମନୋଭାବ ପୋଷଣ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । କଠୋର ନ ହୋଇ ଲୋକଙ୍କୁ ବୁଝାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ପରିବହନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ୍ ନିୟମ ମାନିବାକୁ ଲୋକଙ୍କୁ ନିବେଦନ ଦେଇଛନ୍ତି ।