ବରିଷ୍ଠ କଂଗ୍ରେସ ନେତା ଶଶି ଥରରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି । ବିଚଳିତ ହୋଇଥିବା ପାକିସ୍ତାନକୁ କଡା ଜବାବ ଦେଇଛନ୍ତି । ଥରୁର କହିଛନ୍ତି ଯେ, ଦେଶ ବିରୋଧରେ କହୁଥିବା ଲୋକଙ୍କ ବିରୋଧରେ ବିରୋଧୀ ଏକାଠି ଏବଂ ଆମେ ପାକିସ୍ତାକୁ ଏକ ଇଞ୍ଚ ଜମି ଦେବୁନି । ଶଶି ଥରୁର କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଦ୍ୱାରା ୟୁଏନଏଚଆରସିରେ ଉତଥାପନ କରିବା ପ୍ରଶ୍ନରେ ଜବାବ ଦେଇ କହିଛନ୍ତି, ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନକୁ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ । ଆମେ ବିରୋଧୀ ଦଳ, ଆମେ ସରକାରଙ୍କ ନୀତିକୁ ଆଲୋଚନା କରିପାରୁ କିନ୍ତୁ ଭାରତ ବାହାରେ, ଆମେ ସବୁ ଏକ। ଆମେ ପାକିସ୍ତାନକୁ ଏକ ଇଞ୍ଚ ଜାଗା ଦେବୁନି ।