ଆସନ୍ତା 12 ତାରିଖ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ 60 ବର୍ଷରୁ ଉର୍ଦ୍ଦ ବୟସ ପର୍ଯ୍ୟନ୍ତ ଚାଷିଙ୍କୁ ମାସିକ 3 ହଜାର ଟଙ୍କା ପେନସନ ମିଳିବ। ଏଥିରେ ଦେଶର ପ୍ରା 5 କୋଟି ଚାଷି ଉପକୃତ ହେବେ। ତେବେ ଏଥିରେ କେବଳ କ୍ଷୁଦ୍ର ଏବଂ ନାମମାତ୍ର ଚାଷିଙ୍କୁ ଏହି ସୁବିଧା ମିଳିବ। ସେଥିପାଇଁ ସରକାର ଆଗାମୀ 3 ବର୍ଷ ପାଇଁ 10 ହଜାର 7ଶହ 74 କୋଟି ଟଙ୍କା ବ୍ୟୟ ଅଟକଳ ରଖିଛନ୍ତି। ଚାଷିମାନେ ଏହି ମାସିକା କିସ୍ତିକୁ ସିଧା ପିଏମ କିଶାନ ଯୋଜନା କିମ୍ବା ସିଏସସି ରେ ଜମା କରିବାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ରାଞ୍ଚି ଗସ୍ତବେଳେ ସେ ଝାଡଖଣ୍ଡର ନୂତନ ବିଧାନସଭା ଗୃହର ଉଦଘାଟନ କରିବା ସହିତ 400 ଆଦିବାସୀ ଛାତ୍ରଛାତ୍ରୀଙ୍କର ମଡେଲ ସ୍କୁଲର ମଧ୍ୟ ଉଦଘାଟନ କରିବେ।